La lecture à portée de main
Vous pourrez modifier la taille du texte de cet ouvrage
Découvre YouScribe en t'inscrivant gratuitement
Je m'inscrisDécouvre YouScribe en t'inscrivant gratuitement
Je m'inscrisVous pourrez modifier la taille du texte de cet ouvrage
Description
Informations
Publié par | Diamond Books |
Date de parution | 01 juin 2020 |
Nombre de lectures | 0 |
EAN13 | 9789352781867 |
Langue | English |
Informations légales : prix de location à la page 0,0166€. Cette information est donnée uniquement à titre indicatif conformément à la législation en vigueur.
Extrait
ଆଚାର୍ଯ୍ୟ ବିଷ୍ଣୁଗୁପ୍ତ (ଚାଣକ୍ୟ) ଦ୍ଵରା ପ୍ରଣୀତ “ଚାଣକ୍ୟ ନୀତି” ର ମୁଖ୍ୟ ପ୍ରତିପଦ୍ୟ ବିଷୟ ହେଉଛି ମାନବ ସମାଜକୁ ଜୀବନର ପ୍ରେତ୍ୟକ ସନ୍ଧିକ୍ଷଣରେ ବ୍ୟବହରିକ ଶିକ୍ଷା ପ୍ରଦାନ କରିବା।ଏଥିରେ ମୁଖ୍ୟତଃ ଧର୍ମ, ସଂସ୍କୃତି, ନ୍ୟାୟ,ଶାନ୍ତି, ସୁଶିକ୍ଷା ଏବଂ ସର୍ବାନ୍ତକରଣରେ ମାନବୀୟ ପ୍ରଗତିର ଉତ୍କର୍ଷତାକୁ ପ୍ରତିପାଦିତ ପ୍ରତିପାଦିତ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ପରିପୂର୍ଣ୍ଣ ଏହି ମହତ୍ଵପୂର୍ଣ୍ଣ ଗ୍ରନ୍ଥରେ ଜୀବନର ସିଦ୍ଧାନ୍ତ ଏବଂ ବ୍ୟବହାର ତଥା ଆଦର୍ଶ ଓ ଯଥାର୍ଥତାର ଏକ ଅପୂର୍ବ ସମନ୍ଵୟ ଦେଖିବାକୁ ମିଳିଥାଏ। ଜୀବନର ରୀତିନୀତି ସମ୍ବନ୍ଧୀୟ ବିଭିନ୍ନ ଘଟଣାର ଯେପରି ଅଭୁତ ଓ ବ୍ୟବହାରିକ ଚିତ୍ରଣ ଏଠାରେ ଉଲ୍ଲେଖ କରାଯାଇଛି, ତାହା ଅନ୍ୟତ୍ର ଦୁର୍ଲ୍ଲଭ୍। ସମ୍ଭବତଃ ଏହି କାରଣରୁ ଆଜି ଏହି ଗ୍ରନ୍ଥ ସମଗ୍ର ବିଶ୍ଵରେ ସମାଦୃତ ହୋଇ ପାରିଛି।
ଘର ଓ ପରିବାର ପାଇଁ ପଠନୀୟ ପୁସ୍ତକ
ଆଚାର୍ଯ୍ୟ ଚାଣକ୍ୟ ପ୍ରଣୀତ
ଚାଣକ୍ୟ ନୀତି
ଚାଣକ୍ୟ ସୁତ୍ର ସହିତ
ଅଶ୍ଵନୀ ପରାଶର
“ଯେ କୌଣସି ବ୍ୟକ୍ତି ଯଦି ଏକାଗ୍ରତାର ସହିତ ଏହି ଗ୍ରନୁକୁ ଅଧ୍ୟୟନ କରିନ୍ତି, ତେବେ ସେ ଜୀବନରେ କେବେ ଠକି ଯିବେ ନାହିଁ; ବରଂ ସଫଳତା ତାଙ୍କପାଇଁ ଅତ୍ୟନ୍ତ ସୁଲଭ ହୋଇ ଉଠିବ।”
ଡାଇମଣ୍ଡ ବୁକସ୍
ISBN: 978-93-5278-186-7
© ପ୍ରକାଶକଙ୍କ ଅଧୀନ
ପ୍ରକାଶକ:ଡାଇମଣ୍ଡ ପକେଟ୍ ବୂକ୍ସ୍ (ପ୍ରା.) ଲି.
X-30, ଓଖଲା ଇଣ୍ଡଷ୍ଟିଆଲ ଏରିଆ, ଫେଜ – II
ନୂଆ ଦିଲ୍ଲୀ - 110020
ଦୂରଭାଷା: 011-40712200
ଇ-ମେଲ: www.diamondbook.in
ପ୍ରଥମ ସଂସ୍କରଣ – 2017
ଚାଣକ୍ୟ ନୀତି ଅଶ୍ଵିନୀ ପରାଶର
C HANAKYA N EETI (O RIYA )
By: Ashwani Parasar
ବିଷୟାନୁକ୍ରମ
ଭୂମିକା: ଚାଣକ୍ୟଙ୍କ ସଂକ୍ଷିପ୍ତ ପରିଚୟ
ପ୍ରଥମ ଅଧ୍ୟାୟ:
ଈଶ୍ବର ପ୍ରାର୍ଥନା , ଶ୍ରେଷ୍ଠ ମନୁଷ୍ୟ କିଏ? ରାଜନୀତି ଜଗତର କଲ୍ୟାଣପାଇଁ , ସୁପାତ୍ରଙ୍କ ଶିକ୍ଷା , ମୃତ୍ୟୁର କାରଣ ଠାରୁ ଦୂରେଇ ରହିବା ଦରକାର , ବିପଦ ବେଳେ କଣ କରିବା ଉଚିତ? ଏ ସବୁ ସ୍ଥାନରେ ରୁହନ୍ତୁ ନାହିଁ , ଠିକ୍ ସମୟରେ ପରଚୟ ମଳଥାଏ , ହାତକୁ ଆସୁଥିବା ଦ୍ରବ୍ୟକୁ ହରାଇ ବସନାହିଁ , ବବାହ ସମାସ୍କନ୍ଧରେ ହିଁ ଶୋଭା ପଇଥାଏ , ଦେଖି ଚାହିଁ ଭରସା କରିବାଉଚିତ , ସାରକଥା ଗ୍ରହଣୀୟ , ସୀ ପୁରୁଷଙ୍କଠାରୁ ଆଗରେ।
ଦ୍ଵିତୀୟ ଅଧ୍ୟାୟ:
ସ୍ତ୍ରୀଲୋକମାନଙ୍କ ସ୍ଵାଭାବିକ ଦୋଷ , ଜୀବନରେ ସୁଖ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ , ଜୀବନ ସୁଖରେ ହିଁ ସ୍ଵର୍ଗ , ସାର୍ଥକତାରେ ହିଁ ସମ୍ବନ୍ଧର ସୁଖ , ଛଳନାବାଦୀ ମିତ୍ରକୁ ତ୍ୟାଗ କର , ମନ ର ଭାବନାକୁ ଗୁପ୍ତ ରଖିବା ଦରକାର , ପରାଧୀନତା , ସାଧୁ ପୁରୁଷ , ପୁତ୍ର ପ୍ରତି କର୍ତବ୍ୟ , ସ୍ଵାଧାୟ , ଅଧିକ ମୋହ-ମାୟା ରଖିବା ବିପଦଜନକ , ବିନାଶର କାରଣ , ବ୍ୟକ୍ତିର ବଳ , ସଂସାରର ରୀତି , ଦୁଷ୍କର୍ମ ପ୍ରତି ସଚେତନ ରହିବା ଦରକାର , ଶୋଭା ଅନୁରୂପ କର୍ମ।
ତୃତୀୟ ଅଧ୍ୟାୟ:
ଦୋଷ କେଉଁଠି ନାହିଁ? ଲକ୍ଷଣମାନରୁ ଆଚରଣ , ବ୍ୟବହାର କୁଶଳ ହେଉ , ଦୃଷ୍ଟଠାରୁ ଦୂରେଇ ରୁହ , ବଂଧୁତ୍ଵ ତ୍କୁଳୀନଙ୍କ ସହିତ ରଖାଯାଉ , ସଜ୍ଜନମାନଙ୍କୁ ସମ୍ମାନ ଦିଅ , ମୁର୍ଖଙ୍କୁ ତ୍ୟାଗ କର , ବିଦ୍ୟାର ମହତ୍ଵକୁ ବୁଝ , ରୂପ-ସୌନ୍ଦର୍ଯ୍ୟ ଅପେକ୍ଷା ସୁଗୁଣ ଭଲ , ଶ୍ରେଷ୍ଠତାକୁ ଅକ୍ଷୁଣ୍ଣ ରଖ , ପରିଶ୍ରମରେ ହିଁ ଫଳ , ଅତିକୁ ତ୍ୟାଗ କର , କଥା କହିବାରେ ମଧୁରତା , ଗୁଣବାନ ହିଁ ପର୍ଯ୍ୟାପ୍ତ , ପିତା-ମାତା ମଧ୍ୟ ନିଜ ଦାୟିତ୍ଵ ବୁଝନ୍ତୁ , ସମୟର ଆବଶ୍ୟକତା , ଜୀବନର ନିଷ୍ଫଳତା , ଲକ୍ଷ୍ମୀଙ୍କ ଆବାସ ସ୍ଥଳୀ।
ଚତୁର୍ଥ ଅଧ୍ୟାୟ:
କିଛି ଜିନିଷ ଭାଗ୍ୟକୁ ମିଳିଥାଏ , ସନ୍ଥସେବା କଲେ ଫଳ , ପୁଣ୍ୟ କାର୍ଯ୍ୟ କର , ବିଦ୍ୟା କାମଧେନୁ ପରି , ଗୁଣବାନ ପୁତ୍ର ପର୍ଯ୍ୟାପ୍ତ , ମୂର୍ଖ ପୁତ୍ର କେଉଁ କାମକୁ? ସର୍ବଦା ଦୂରେଇ ରୁହ , ଯାହାର ଉପଯୋଗିତା ନାହିଁ ତାହା ଥାଇ ଲାଭ କଣ? ଏଥିରୁ ସୁଖ ମିଳିଥାଏ , ଏହି କଥା ଥରେ ମାତ୍ର ହିଁ ହୋଇଥାଏ , କେବେ ଏକେଲା ତ କେବେ ଏକାଠି , ପତିବ୍ରତାହିଁ ପତ୍ନୀ , ନିର୍ଦ୍ଧନତା ଏକ ଅଭିଶାପ , ଜ୍ଞାନର ଅଭ୍ୟାସ , ଏସବୁକୁ ତ୍ୟାଗ କର , ବାର୍ଦ୍ଧକ୍ୟର ଲକ୍ଷଣ , କାମ କରିବା ପୂର୍ବରୁ ବିଚାର-ବିମର୍ଶ କର , ମାତା-ପିତାଙ୍କ ଭିନ୍ନ ରୂପ: (କ) ପିତା (ଖ) ମାତା।
ପଂଚମ ଅଧ୍ୟାୟ:
ଅତିଥି ଶ୍ରେଷ୍ଠ, ପୁରୁଷଙ୍କ ପରୀକ୍ଷା , ବିପଦକୁ ମୁକାବିଲା , ଦୁଇଜଣଙ୍କ ସ୍ଵଭାବ ଏକାଭଳି ନୁହେଁ , ସ୍ପଷ୍ଟବାଦୀ ହୁଅ, ଦ୍ଵେଷ ଭାବନା , ଏମାନଙ୍କ ଦ୍ଵାରା ଜିନିଷ ନଷ୍ଟ ହୁଏ , ଏହା ଦ୍ଵାରା ଗୁଣ ଚିହ୍ନି ହୁଏ , କାହା ଦ୍ଵାରା କଣ ରକ୍ଷା ହୋଇଥାଏ , ମୂଖକୁ ତ୍ୟାଗ କର , ଆତ୍ମାକୁ ଚିହ୍ନ , ମନୁଷ୍ୟ ଏକୁଟିଆ , ସଂସାର ହେଉଛି ଦୂଦୁବଘାସ , ମିତ୍ରଙ୍କ ଭିନ୍ନ ରୂପ , କିଏ କେତେବେଳେ ବେକାର , ପ୍ରିୟ ବସ୍ତୁ , ଯାହା ନାହିଁ ତାହା ଉପରେ କି ଭରସା , ଧର୍ମହିଁ ସ୍ଥିର , ଏମାନେ ଅତ୍ୟନ୍ତ ଧୂର୍ତ।
ଷଷ୍ଠ ଅଧ୍ୟାୟ:
ଶୁଣିବା ଦରକାର , ଚଣ୍ଡାଳ ପ୍ରକୃତି , ଏହାଦ୍ଵାରା ଶୁଦ୍ଧତା , ଭ୍ରମଣ ଆବଶ୍ୟକ , ଧନର ପ୍ରଭାବ , ବୁଦ୍ଧି ଭାଗ୍ୟର ଅନୁଗାମୀ , ସମୟ ବଡ଼ ବଳବାନ , ଯେତେବେଳେ କିଛି ଦେଖା ଯାଉ ନଥିବ , କର୍ମର ପ୍ରଭାବ , ଶତ୍ରୁ କିଏ? ଏମାନଙ୍କୁ ନିୟନ୍ତ୍ରଣରେ ରଖ , ଦୁଷ୍ଟଙ୍କଠାରୁ ଦୂରେଇ ରୁହ , ଶିକ୍ଷା କାହାଠାରୁ - ସିଂହଠାରୁ, ବଗଠାରୁ , ଗଧଠାରୁ , ମୃଗଠାରୁ , କାଉଠାରୁ , କୁକୁରଠାରୁ , ଶିକ୍ଷା ସଂବଳ ହୋଇ ରହିଥାଏ।
ସପ୍ତମ ଅଧ୍ୟାୟ:
ମନର କଥା ମନରେ , ଲାଜ ସଂକୋଚ ଦେଖି କାମ କର , ସନ୍ତୋଷ ସବୁଠାରୁ ବଡ଼ , ଏଗୁଡ଼ିକ ଠାରୁ ଦୂରେଇ ରୁହ , ଯୌବନହିଁ ସ୍ତ୍ରୀ ଲୋକର ବଳ , ହଂସ ସାମନାକୁ ଯାଅ ନାହିଁ , ଅର୍ଜିତ ଧନକୁ ତ୍ୟାଗ କରିଚାଲ , ସତ୍କର୍ମରେ ହିଁ ମହାନତା , ଦୁଷ୍କର୍ମୀ ନର୍କ ଭୋଗ କରନ୍ତି , ବିଦ୍ୟା ବିନା ଜୀବନ ବୃଥା , ବଡ ଶୁଦ୍ଧତା , ଦେହରେ ଆତ୍ମାକୁ ଦେଖ।
ଅଷ୍ଟମ୍ ଅଧ୍ୟାୟ:
ମହାପୁରୁଷମାନଙ୍କ ଧନ , ଦାନର ସମୟ ନଥାଏ , ଯେପରି ଅନ୍ନ ସେପରି ସନ୍ତାନ , ସବୁଠାରୁ ବଡ଼ ନୀଚ , ଧନର ସଦୁପଯୋଗ , ସ୍ନାନଦ୍ବାରା ଶୁଦ୍ଧତା , ପାଣିଏକ ଔଷଧ , ଜ୍ଞାନକୁ ବ୍ୟବହାରରେ ଲଗାଅ , ଏହା ବିଡ଼ମ୍ବନା , ଶୁଭକର୍ମ କର , ଭାବନାରେ ହିଁ ଭଗବାନ , ଶାନ୍ତି ହିଁ ତପସ୍ୟା , ସନ୍ତୋଷ ସବୁଠାରୁ ବଡ଼ , ଶୋଭା ବର୍ଦ୍ଦନ , ଦୁର୍ଗୁଣ ସଦ୍ଣକୁ ନାଶ କରେ , ଏସବୁ ଶୁଦ୍ଧ , ଦୁର୍ଗୁଣର ଦୃଷ୍ଣ୍ରାଭାବ , ବିଦ୍ବାନ ସର୍ବତ୍ର ପୂଜିତ , ଏହା ଦ୍ଵାରା କ୍ଷତି।
ନବମ ଅଧ୍ୟାୟ:
ମୋକ୍ଷ , ବିଡ଼ମ୍ବନା , ବଡ଼ ସୁଖ , ବିଦ୍ୟାର ସମ୍ମାନ , ଏମାନଙ୍କୁ ଶୋଇବାକୁ ଦିଅନାହିଁ , ଏମାନଙ୍କୁ ଶୋଇବାରୁ ଉଠାନ୍ତୁ ନାହିଁ , ଏମାନଙ୍କଦ୍ଵାରା କ୍ଷତି ହେବ ନାହିଁ , ଏମାନଙ୍କୁ ଭୟ କରନାହିଁ , ଆଡ଼ମ୍ବର ଆବଶ୍ୟକ , ମହାପୁରୁଷମାନଙ୍କ ଜୀବନ , ସୌନ୍ଦର୍ଯ୍ୟ ହ୍ରାସ , ମର୍ଦ୍ଦନ , ଉପଚାର ଗୁଣ।
ଦଶମ ଅଧ୍ୟାୟ:
ବିଦ୍ୟା ମହାଧନ , ବୁଝି-ବିଚାରି କାମ କର , ଭାଗ୍ୟ , ଲୋଭୀକୁ ମାଗନାହିଁ , ଗୁଣହୀନ ନର , ଉପଦେଶ ସୁପାତ୍ରଙ୍କୁ ଦିଆ , ନିର୍ଧନତା ଏକ ଅଭିଶାପ , ବ୍ରାହ୍ମଣ ଧର୍ମ , ଘରେ ତ୍ରୈଲୋକ ସୁଖ , ଭାବୁକତାରୁ ଦୂରେଇ ରୁହ , ବୁଦ୍ଧିହିଁ ବଳ , ଈଶ୍ବରଙ୍କ ମାୟା , ଘିଅରେ ସବୁଠାରୁ ବେଶୀ ଶକ୍ତି , ଚିତା ସମ ଚିନ୍ତା।
ଏକଦଶ ଅଧ୍ୟାୟ:
ସଂସ୍କାରର ପ୍ରଭାବ , ନିଜ ବର୍ଗ , ଚେହେରା ଠାରୁ ଶିକ୍ଷା ମହାନ , ଯଥା ଗୁଣ ତଥା ପ୍ରକୃତି , ପ୍ରକୃତି ବଦଳିବ ନାହିଁ , ମୌନତା , ବିଦ୍ୟାର୍ଥୀଙ୍କପାଇଁ ନକରିବା କାର୍ଯ୍ୟ , ଋଷି , ଦ୍ଵିଜ , ବୈଶ୍ୟ , ବିଟାଳ , ସ୍ନେଚ୍ଛ , ଚଣ୍ଡାଳ , ଦାନର ମହିମା।
ଦ୍ବାଦଶ ଅଧ୍ୟାୟ:
ଗୃହସ୍ଥ ଧର୍ମ , ସତ୍ସଂଗତିର ମହିମା , ସାଧୁ ଦର୍ଶନ , ବଡ଼ପଣିଆ କେଉଁଠି? ସଂପର୍କୀୟଙ୍କ ଛଅଟି ଗୁଣ , ଦୁଷ୍ପ ହିଁ ଦୁଷ୍ପ , ଅନୁରାଗ ହିଁ ଜୀବନ , ରାମଙ୍କ ମହିମା , ଶିକ୍ଷା କେଉଁଠୁ ହେଲେ ମଧ୍ୟ ଗ୍ରହଣ କର , ଭାବିଚିନ୍ତା କାମ କର।
ତ୍ରୟୋଦଶ ଅଧ୍ୟାୟ:
କର୍ମର ପ୍ରାଧାନ୍ୟତା , ବିତି ଯାଇଥିବା କଥାକୁ ଭୁଲିଯାଅ , ମିଠା କଥା , ଅତି ସ୍ନେହ ଦୁଃଖର କାରଣ , ଭବିଷ୍ୟତ ପ୍ରତି ସତର୍କ ରୁହ , ଯେମିତି ରାଜାକୁ ସେମିତି ପ୍ରଜା , ଧର୍ମହୀନ ବ୍ୟକ୍ତି ମଲା ମଣିଷ ସହ ସମାନ , ମୋକ୍ଷମାର୍ଗ , ସୁଖ-ଦୁଃଖ , ସେବା ଭାବ , ପୂର୍ବଜନ୍ମ , ଗୁରୁ ମହିମା।
ଚତୁର୍ଦଶ ଅଧ୍ୟାୟ:
ପୃଥୁବୀ ରତ୍ନ , ଯେପରି ବୁଣିବ , ସେପରି ଫଳିବ , ଶରୀରର ମହନୀୟତା , ଏକତା , ସାମାନ୍ୟ ମଧ୍ୟ ଅଧିକ , ବୈରାଗ୍ୟ ମହିମା , ଭାବିଲେ କଣ ହେବ? ଅହଂକାର , ମନର ଦୂରତା , ମିଠା କଥା , ଏମାନଙ୍କ ପାଖରେ ରୁହ ନାହିଁ , ଈଶ୍ବର ସର୍ବବ୍ୟାପୀ , ଗୁଣହୀନ ବ୍ୟକ୍ତିର ଜୀବନ? ଜିନିଷ ଗୋଟିଏ- କଥା ବହୁତ , ଗୋପନୀୟତା , ବାଣୀରୁ ଗୁଣ ସ୍ପଷ୍ଟ। ଏସବୁକୁ ସଂଗ୍ରହ କର , ମାନବଧର୍ମ।
ପଂଚଦଶ ଅଧ୍ୟାୟ:
ଦୟାବାନ ହୁଅ , ଗୁରୁ ବ୍ରହ୍ମା , ଦୁଷ୍ପମାନଙ୍କ ଉପଚାର , ଲକ୍ଷ୍ମୀ କେଉଁଠି ଅଟକି ରୁହନ୍ତି ନାହିଁ , ଧନହିଁ ପ୍ରକୃତ ବନ୍ଧୁ , ସସଂଗତି , ଆଚରଣ , ତତ୍ଵ ଗ୍ରହଣ , ଚଣ୍ଡାଳ କର୍ମ , ମୁର୍ଖ କିଏ? ବ୍ରାହ୍ମଣଙ୍କୁ ସମ୍ମାନ , ପରାଧୀନତାରେ ସୁଖ କାହିଁ? ବ୍ରାହ୍ମଣ ଓ ଲକ୍ଷ୍ମୀ , ପ୍ରେମ ବନ୍ଧନ , ଦୃଢ଼ତା , ପୁଣ୍ଯରୁ ଯଶ।
ଷୋଡଶ ଅଧ୍ୟାୟ:
ସନ୍ତାନ , ସ୍ତ୍ରୀ ଚରିତ୍ର , ବିନାଶ କାଳେ ବିପରୀତ ବୁଦ୍ଧି , ମହାନତା , ଅନୁଚିତ ଧନ , ସାର୍ଥକ ଦାନ , ଯାଚକତା , ନିର୍ଦ୍ଧନତା , ମଧୁର ବାଣୀ , ବିଦ୍ୟା ଓ ଧନ ସମୟ ସାପେକ୍ଷ।
ସପ୍ତଦଶ ଅଧ୍ୟାୟ:
ଗୁରୁ କୃପାରୁ ଜ୍ଞାନ , ଶଠ ସହିତ ଶଠତା , ତପର ମହିମା , ବିଡ଼ମ୍ବନା , ନିରୁପାୟତା , ମାଁ ଠାରୁ ବଡ଼ କିଏ? ଦୁଷ୍ଟତା , କୁପତ୍ନୀ , ପତି ପରମେଶ୍ବର , ସୁନ୍ଦରତା , ଶୋଭା , ସୁଗୃହିଣୀର ମହିମା , ଗୁଣହୀନ ବ୍ୟକ୍ତି , ପରଦୁଃଖ କାତରତା , ପତିପରାଯଣତା , ବଡ଼ ଗୁଣ ଛୋଟ ଦୋଷ।
ଚାଣକ୍ୟ ସୁତ୍ର:
ଚାଣକ୍ୟ: ଏକ ସଂକ୍ଷିପ୍ତ ପରିଚିତି
ପ୍ରାଚୀନ ଭାରତୀୟ ସଂସ୍କୃତ ବାଙ୍ମୟ ଇତିହାସରେ ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ଚାଣକ୍ୟ ନିଜର ସ୍ଵଗୁଣରେ ମହିମା ମଣ୍ଡିତ, ରାଜନୀତି ବିଶାରଦ, ଆଚାର-ବିଚାରରେ ମର୍ମଜ୍ଞ, କୁଟନୀତିରେ ସିଦ୍ଧହସ୍ତ ଏବଂ ପ୍ରବୀଣ ରୂପରେ ଖ୍ୟାତି ଲାଭ କରିଛନ୍ତି। ସେ ନନ୍ଦ ବଂଶକୁ ସମୂଳେ ଧ୍ଵଂସ କରି ସେହି ସ୍ଥାନରେ ନିଜର ସୁଯୋଗ୍ୟ ଏବଂ ମେଧାବୀ ବୀର ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଶାସକ ପଦରେ ସିଂହାସନାରୂଢ଼ କରାଇ ନିଜର ଯେଉଁ ବିଲକ୍ଷଣ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି, ତାହା ସହିତ ସମସ୍ତ ବିଶ୍ଵ ପରିଚିତ। ମୌର୍ଯ୍ୟ ବଂଶର ସ୍ଥାପନା ଆଚାଯ୍ୟ ଚାଣକ୍ୟଙ୍କର ଏକ ଶ୍ରେଷ୍ଠ ଉପଲବବ୍ଧି।
ମୌର୍ଯ୍ୟ ସାମ୍ରାଜ୍ୟର ତାହା ଥିଲା। ସେହି ସମୟ ଯେତେବେଳେ ସମ୍ରାଟ ଚନ୍ଦ୍ରଗୁପ୍ତ ପ୍ରଥମ ସିଂହାସନାରୂଢ଼ ଶାସକ ଭାବରେ ଅଧିଷ୍ଠିତ ଥିଲେ। ସେହି ସମୟରେ ଚାଣକ୍ୟ ଥିଲେ ତାଙ୍କର ରାଜନୀତି ଗୁରୁ। ଆଜି ମଧ୍ୟ କୁଶଳୀ ରାଜନୀତି ବିଶାରଦଙ୍କୁ ଚାଣକ୍ୟ ସଂଜ୍ଞା ପ୍ରଦାନ କରା ଯାଇଥାଏ। ଚାଣକ୍ୟ ସଂଗଠିତ, ସଂପୂର୍ଣ୍ଣ ଆର୍ଯ୍ୟବର୍ତର ସ୍ଵପ୍ନ ଦେଖିଥିଲେ, ସେହି କ୍ରମରେ ମଧ୍ୟ ସେ ସଫଳ ପ୍ରୟାସ କରିଥୁଲେ।
ଚାଣକ୍ୟ ଅତୁଳନୀୟ, ଅଭୂତ, ନିରୋଳା, ଏପରି ଏକ କୁଶଳ ରାଜନୀତିଜ୍ଞ ଥିଲେ ଯିଏ କି ମଗଧ ଦେଶର ନନ୍ଦବଂଶୀ ରାଜାମାନଙ୍କ ରାଜ କ୍ଷମତାକୁ ସର୍ବନାଶ କରି ‘ମୌର୍ଯ୍ୟ ରାଜ୍ୟ’ର ସ୍ଥାପନା କରିଥୁଲେ।
ଚାଣକ୍ୟଙ୍କ ଜନ୍ମ କାଳୀନ ନାମ ଥିଲା ବିଷ୍ଣୁଗୁପ୍ତ ଏବଂ ଚାଣକ୍ୟ ନାମକ ଆଚାର୍ଯ୍ୟଙ୍କ ପୁତ୍ର ହୋଇଥୁବାରୁ ସେ ପରବର୍ତୀ କାଳରେ ‘ଚାଣକ୍ୟ’ ନାମରେ ନାମିତ ହୋଇ ଗଲେ। କେତେକଙ୍କର ମତ ଯେ ଅତ୍ୟନ୍ତ ସୁକ୍ଷ୍ମ ବୁଦ୍ଧିଧାରୀ ହେତୁ ତାଙ୍କୁ ଚାଣକ୍ୟ କୁହା ଯାଇଥାଏ।କୁଟୀଳ ରାଜନୀତି ବିଶାରଦ ହୋଇଥିବାରୁ ତାଙ୍କୁ ‘କୌଟିଲ୍ୟ’ ନାମରେ ମଧ୍ୟ ସମ୍ବୋଧିତ କରା ଯାଉଥୁଲା।ହେଲେ ସଂଭବତଃ ଏହା ତାଙ୍କର ଗୋତ୍ର ମଧ୍ୟ ହୋଇଥାଇ ପାରେ, କିନ୍ତୁ ଅନେକ ବିଦ୍ଵାନ ସମାଲୋଚକଙ୍କ ମତାନୁଯାୟୀ କୁଟୀଳ ନୀତିର ନିର୍ମାତା ହୋଇଥିବାରୁ ତାଙ୍କ ନାମ କୋଟିଲ୍ୟ ବୋଲି ରଖା ଯାଇଛି। ମହାମହୋପଧ୍ୟା ୟ ଗଣପତି ଶାସ୍ତ୍ରୀଙ୍କ ମତାନୁଯାୟୀ ‘କୁଟିଳ’ ଗୋତ୍ରତ୍ପନ୍ନ ପୁମାନ୍ କୌଟିଲ୍ୟ: ଏହି ବ୍ୟୁତ୍ପତି ଅନୁସାରେ ତାଙ୍କୁ କୋଟିଲ୍ୟ ଗୋତ୍ର ଅନ୍ତର୍ଗତ ବୋଲି ପ୍ରାଧାନ୍ୟ ଦିଆ ଯାଇଥାଏ। ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ, ଗୁରୁ, ହିତୈଷୀ ତଥା ରାଜ୍ୟର ସଂସ୍ଥାପକ ଥିଲେ। ଚନ୍ଦ୍ର ଗୁପ୍ତ ମୋର୍ଯ୍ୟଙ୍କୁ ରାଜପଦରେ ଅଭିଶିକ୍ତ କରିବାର କାର୍ଯ୍ୟ ତାଙ୍କ ବୁଦ୍ଧି-କୌଶଳର ପରିଣାମ ଥିଲା।
ଚାଣକ୍ୟଙ୍କ ଜନ୍ମ ସ୍ଥାନ ସଂପର୍କରେ ଇତିହାସ କିନ୍ତୁ ନିରବ। ପରନ୍ତୁ ତାଙ୍କର ଶିକ୍ଷା-ଦୀକ୍ଷା ତକ୍ଷଶୀଳା ବିଶ୍ଵବିଦ୍ୟାଳୟରେ ହିଁ ହୋଇଅଛି। ସେ ସ୍ଵଭାବରେ ଅତ୍ୟନ୍ତ ଅଭିମାନୀ, ଚାରିତ୍ରିକ ଏବଂ ବିଷୟ-ଦୋଷ ରହିତ, ଶାରରୀକ ଆକୃତିରେ ଅନାକର୍ଷଣୀୟ, ବୁଦ୍ଧିରେ ତୀକ୍ଷ୍ଣ, ଦୃଢ଼ ମନୋବୃତି, ପ୍ରତିଭା ସଂପନ୍ନ, ଯୁଗଦ୍ରଷ୍ଟା ଏବଂ ଯୁଗ ସ୍ରଷ୍ଟା ଥିଲେ। ଜନ୍ମରୁ ପାଟଳିପୁତ୍ରର ଅଧିବାସୀ ଚାଣକ୍ୟଙ୍କ ବୁଦ୍ଧି-ବଳର ସଂପୂର୍ଣ୍ଣ ବିକାଶ ତକ୍ଷଶୀଳାର ଆଚାର୍ଯ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସଂଗଠିତ ହୋଇଥିଲା। ନିଜର ପରିପକ୍ଵ ଞାନର ପ୍ରଭାବରେ ସେ ସେଠାକାର ବିଦ୍ଵାନମାନଙ୍କୁ ପ୍ରସନ୍ନ କରାଇ ରାଜନୀତିର ପ୍ରାଧାପକ ଭାବରେ ଅଧିଷ୍ଠିତ ହୋଇପାରିଥିଲେ।ଦେଶର ଦୁବ୍ୟାବସ୍ଥାକୁ ଲକ୍ଷ୍ୟ କରି ତାଙ୍କର ହୃଦୟ ଦ୍ରବୀଭୂତ ହୋଇ ଉଠିଥିଲା। ଏହି କାରଣରୁ ସେ ଏକ ବିସ୍ତୁତ କାର୍ଯ୍ୟକ୍ରମର ପରିକଳ୍ପନା କରି ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିବାର ସଂକଳ୍ପ ଗ୍ରହଣ କରିଥିଲେ ଏବଂ ଏଥିରେ ମଧ୍ୟ ତାଙ୍କୁ ବିପୁଳ ସଫଳତା ମିଳିଥିଲା।
ଚାଣକ୍ୟଙ୍କ ଜୀବନର ଉଦ୍ଦେଶ୍ୟ କେବଳ ‘ବୁଦ୍ଧି ଯାହାର ବଳ ତାହାର’ ହିଁ ଥିଲା। ଏହି କାରଣରୁ ଚାଣକ୍ୟଙ୍କର ନିଜର ବୁଦ୍ଧି ଓ ପୁରୁଷାର୍ଥ ଉପରେ ସଂପୂର୍ଣ୍ଣ ଆସ୍ଥା ରହିଥିଲା।ସେ ‘ଦୈବାଧୀନ ଜଗତ୍ସର୍ବ’ ସିଦ୍ଧାନ୍ତକୁ ଭୁଲ ବୋଲି ମନେ କରୁଥିଲେ।
ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟ ହେଉଛି ଗୋଟିଏ-ଖ୍ରୀ.ପୂ. ୩୨୫। ତାହା ଥିଲା ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସମୟ, ସେହି ସମୟ ମଧ୍ୟ ଥିଲା ଚାଣକ୍ୟଙ୍କର। ଚାଣକ୍ୟଙ୍କ ନିବାସ ସ୍ଥଳୀ ଥିଲ ସହରର ଦୂରରେ ଥିବା ଗୋଟିଏ ପର୍ଣ୍ଣ କୁଟୀର, ଯାହାକୁ ଦେଖି ଚୀନଐତିହାସିକ ପରିବ୍ରଜକ ଫାଇହାନ କହିଥିଲେ, “ଏପରି ଏକ ବିଶାଳ ଦେଶର ପ୍ରଧାନ ମନ୍ତ୍ରୀ ଏକ ସାଧାରଣ କୁଟୀରରେ ବାସ କରୁଛନ୍ତି ଓ ତାଙ୍କର ପ୍ରଜା ସାଧାରଣ ଭବ୍ୟ ବଭନରେ କଣ ବାସ କରୁଛନ୍ତି ଏବଂ ଯେଉଁ ଦେଶରେ ପ୍ରଧାନ ମନ୍ତ୍ରୀ ରାଜପ୍ରାସାଦରେ ରହୁଛନ୍ତି ସେଠାରେ ସାମାନ୍ୟ ଜନତା ଝୁଂପୁଡି ଘରେ କାଳାତିପାତ କରୁଛନ୍ତି।”
ଚାଣକ୍ୟଙ୍କ ଝୁଂପୁଡି ଘରେ ଗୋବରର ଘଷିକୁ ଛଡାଇବାପାଇଁ ଗୋଟିଏ ପଥର ପଡିଥିଲା, ଆଉ ଗୋଟିଏ ସ୍ଥାନରେ ଶିଷ୍ୟମାନଙ୍କଦ୍ଵାରା ଅଣା ଯାଇଥିବା ଘାସର ବିଡ଼ା ରଖା ଯାଇଥିଲା।ଛାତ ଉପରେ ଶୁଖା-ଶୁଖିପାଇଁ ତଲେଇଟିଏ ପଡିଥିଲା, ଯାହାର ଓଜନରେ ଛାତ ସାମାନ୍ୟ ନଇଁ ଯାଇଥିଲା। ଏତାଦୃଶ ଜୀର୍ଣ୍ଣ-ଶୀର୍ଣ୍ଣ କୁଟୀର ଚାଣକ୍ୟଙ୍କ ନିବାସ ସ୍ଥଳୀ ଥିଲା।
ଆହା! ସେହି ଦେଶ ମହାନ କାହିଁକି ନ ହେବ, ଯାହାର ପ୍ରଧାନ ମନ୍ତ୍ରୀ ଏତେ ସଚ୍ଚୋଟ, ସଚେତନ, ଚରିତ୍ର ସଂପନ୍ନ ଏବଂ ବିଶେ